May 3, 2020

କରୋନା ମୁକାବିଲା ପାଇଁ ଶକ୍ତି ଅନୁଷ୍ଠାନ ତରଫରୁ ପରିଚ୍ଛନ୍ନତା ସାମଗ୍ରୀ ଓ ମାସ୍କବଣ୍ଟନ....




କରୋନା ମୁକାବିଲା ପାଇଁ ଶକ୍ତି ଅନୁଷ୍ଠାନ ତରଫରୁ  ସି.ଡବ୍ଲୁ.ଏସ୍ ଅନୁଷ୍ଠାନର ଆର୍ଥିକ ସହାୟତାରେ ଆଦିବାସୀ ଅଧ୍ୟୁଷିତ ରାୟଗଡା ବ୍ଲକର ତାଡମା ଓ ଗାଜିଗାଁ ପଞ୍ଚାୟତର ଚଉଦଟି ଗ୍ରାମରେ ଜନ ସଚେତନତା ସହ ୧୧୦୦ ପରିବାରକୁ ପରିଚ୍ଛନ୍ନତା ସାମଗ୍ରୀ ଓ ମାସ୍କବଣ୍ଟନ କରାଯାଇଥିଲା। ୨୫ଟି ଅତି ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଏହା ସହ ଗୃହବନ୍ଦୀ ସମୟରେ ଘରେ ଆତ୍ମନିଯୁକ୍ତି ସହ କିଭଳି ମାସ୍କ ପ୍ରସ୍ତୁତି କରିବେ ତା ଉପରେ ତାଲିମ ଦିଆଯାଇଥିଲା। ଏହି ଅବସରରେ ମାସ୍କ ବ୍ୟବହାର ଓ ହାତ ଧୁଆ ବିଷୟରେ ନାଥମା, ପେରିଗାଁ, କୋଲିଙ୍ଗି ,ଗଡ଼ବା, ଚିନ୍ତାଲିଗୁଡ଼ା , ରାପା, ଲୁହାଖାଲ, ସିଙ୍ଗିପୁଟ, ଗୌଡ଼ଖିଲମ, ଚକ୍ରପାଡ଼ୁ, ହିର୍ଷାମୟୀ, ଗାଜିଗାଁ, ଗୋପାଳପୁର, ଚମ୍ପିକୋଟା ଗ୍ରାମରେ ଚାରି ଦିନ ବ୍ୟାପୀ ସଚେତନତା କରାଯାଇଥିଲା। । ଅନୁଷ୍ଠାନର କର୍ମୀମାନେ ଲୋକ ମାନଙ୍କୁ କରୋନା ରୋଗ କଣ କିପରି ବ୍ୟାପେ ଆଦି ବୁଝାଇବା ସହ  ସାମାଜିକ ଦୂରତ୍ୱ ରଖିବା, ମୁହଁ ଢାଙ୍କିବା ଓ ହାତଗୋଡର ପରିଚ୍ଛନ୍ନତା ରଖିବା ଉପରେ ବୁଝାଇଥିଲେ । ଉକ୍ତ ଗ୍ରାମ ଗୁଡିକରେ ଶକ୍ତି ଅନୁଷ୍ଠାନ ତରଫରୁ କରୋନା ଉପରେ ସରକାରଙ୍କ ପ୍ରଦତ୍ତ  ସାମାଜିକ ବାର୍ତ୍ତା ବହନ କରୁଥିବା ଫ୍ଲେକ୍ସ ମରାଯାଇଥିଲା । ସରକାରଙ୍କ ପ୍ରଦତ୍ତ ନିୟମ ମାନି ଚଳିବା ସହ କରୋନା ମୁକାବିଲାରେ ସାମିଲ ହେବାକୁ ଲୋକଙ୍କୁ ସଚେତନ କରାଯାଇଥିଲା ।



No comments:

Post a Comment