October 15, 2015

ବିଶ୍ଵ ହାତଧୂଆ ଦିବସ ପାଳିତ

ଶକ୍ତି ଚାଇଲ୍ଡଲାଇନ-ରାୟଗଡା ତରୁପରୁ ଆଜି ବିଶ୍ଵ ହାତ ଧୂଆ ଦିବସ କୋତାପେଟା ଊଚ ପ୍ରାଥମିକ ବିଦ୍ୟାଳୟରେ ଏବଂ ରାୟଗଡା ପାଣି ଟାଙ୍କି ସାହିରେ ପାଳିତ ହେଇଥିଲା । ଏହି ଅବସରରେ ପିଲାମାନଙ୍କୁ ହାତ ଧୂଆର ଊପକାରିତା ବିଷୟରେ ସଚେତନ କରାଯିବା ସହିତ ଶିଶୁ ସୁରକ୍ଷା ଓ ଶିଶୁଅଧିକାର ବିଷୟରେ ସଚେତନ କରାଯାଇଥିଲା ଏବଂ ସୂଚନା ପତ୍ର ବଣ୍ଟନ କରାଯାଉଥିଲା । ଶକ୍ତି ଚାଇଲ୍ଡଲାଇନର କର୍ମକର୍ତ୍ତାମାନେ ଶିକ୍ଷା ଅଧିକାର ଆଇନ ବିଷୟରେ ସଚେତନତା ସୃଷ୍ଟିକରିବା ସହିତ ସୌଚ ହେବା ପରେ ଏବଂ ଖାଇବା ପୂର୍ବରୁ ଭଲ ଭାବେ ସାବୁନରେ ହାତ ଧୂଇବା ଉପରେ ଗୁରୁତ୍ୱ ଦେଇଥିଲେ । ସ୍କୁଲର ମଧ୍ୟାହ୍ନ ଭୋଜନ ପୂର୍ବରୁ MULTI CAP ର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ ପିଲାମାନେ ହାତଧୋଇବା କୌସଳ ଶିଖିବା ପରେ ନିଜେ ମଧ୍ୟ ହାତ ଧୋଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶେଷ ରେ ଧନ୍ୟବାଦ ଦେଇ ସଭାଟିର ପରିସମାପ୍ତି କରିଥିଲେ ।

imageimage