November 14, 2015

ଶିଶୁ ଦିବସ ପାଳିତ

ଶକ୍ତି ଶିଶୁ ବିକାଶ କାର୍ଯ୍ୟକ୍ରମ ଅନୁକୁଲ୍ୟରେ ଶିଶୁ ଦିବସ ଉତ୍ସବ ମହା ସମାରୋହରେ, ରାୟଗଡା ସ୍ତିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ବି.ଏସ୍.ଏନ୍ .ବାଗ,ସମ୍ମାନିତ ଅତିଥି ଭାବେ ଶ୍ରୀ ଶେଇକ୍ ମଦିନା ଏବଂ ମୁଖ୍ୟ ବକ୍ତା ଭାବେ ରାୟଗଡା ମହିଳା ମହାବିଦ୍ୟାଳୟର ବରିଷ୍ଟ ଅଧ୍ୟାପକ ଡାଃ.ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ। ଉତ୍ସବ ରେ ରାୟଗଡା ଓ କୋଳନରା ବ୍ଲକ ର ୪୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ପିଲାମାନଙ୍କ ମଧ୍ୟରେ ସଙ୍ଗୀତ,ଚିତ୍ରାଙ୍କନ,ସାଧାରଣ ଜ୍ଞାନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରଷ୍କାର ଓ ମାନ ପତ୍ର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ବି.ଏସ୍.ଏନ୍ .ବାଗ ଶିଶୁ ଓ କିଶୋରୀ ବାଳିକା ମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଶେଇକ୍ ମଦିନା ପିଲାଙ୍କୁ ଜଣେ ସୁନାଗରିକ ହେବା ପାଇଁ ଭଲଭାବେ ପାଠ ପଡିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଡାଃ.ଦୁଷ୍ମନ୍ତ କୁମାର ମହାନ୍ତି ନେହୁରୁଙ୍କ ତ୍ୟାଗପୁତ ଜୀବନୀ ତଥା ପିଲାଙ୍କ ପାଇଁ ତାଙ୍କ ସ୍ନେହ ବିଷୟରେ ବିସ୍ତୃତ ଭାବେ ଉତଥାପାନ କରିଥିଲେ। ଶକ୍ତିର ସମ୍ପାଦକ ଶ୍ରୀ ଅଖିଳ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ଓ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଧେଷ୍ୟ ବିଷୟରେ ସୂଚନା ଦେଇଥିଲେ। ଉତ୍ସବକୁ ଶକ୍ତି ଶିଶୁ ବିକାଶ କାର୍ଯ୍ୟକ୍ରମର ପ୍ରକଳ୍ପ ପରିଚାଳକ ଶ୍ରୀ ଆଲୋକ ରଞ୍ଜନ ଦାସ ସଂଯୋଜନା କରିଥିଲେ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

DSC06174

No comments:

Post a Comment