May 3, 2020

କରୋନା ମୁକାବିଲା ପାଇଁ ଶକ୍ତି ଅନୁଷ୍ଠାନ ତରଫରୁ ପରିଚ୍ଛନ୍ନତା ସାମଗ୍ରୀ ଓ ମାସ୍କବଣ୍ଟନ....




କରୋନା ମୁକାବିଲା ପାଇଁ ଶକ୍ତି ଅନୁଷ୍ଠାନ ତରଫରୁ  ସି.ଡବ୍ଲୁ.ଏସ୍ ଅନୁଷ୍ଠାନର ଆର୍ଥିକ ସହାୟତାରେ ଆଦିବାସୀ ଅଧ୍ୟୁଷିତ ରାୟଗଡା ବ୍ଲକର ତାଡମା ଓ ଗାଜିଗାଁ ପଞ୍ଚାୟତର ଚଉଦଟି ଗ୍ରାମରେ ଜନ ସଚେତନତା ସହ ୧୧୦୦ ପରିବାରକୁ ପରିଚ୍ଛନ୍ନତା ସାମଗ୍ରୀ ମାସ୍କବଣ୍ଟନ କରାଯାଇଥିଲା। ୨୫ଟି ଅତି ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ଏହା ସହ ଗୃହବନ୍ଦୀ ସମୟରେ ଘରେ ଆତ୍ମନିଯୁକ୍ତି ସହ କିଭଳି ମାସ୍କ ପ୍ରସ୍ତୁତି କରିବେ ତା ଉପରେ ତାଲିମ ଦିଆଯାଇଥିଲା। ଏହି ଅବସରରେ ମାସ୍କ ବ୍ୟବହାର ଓ ହାତ ଧୁଆ ବିଷୟରେ ନାଥମା, ପେରିଗାଁ, କୋଲିଙ୍ଗି ,ଗଡ଼ବା, ଚିନ୍ତାଲିଗୁଡ଼ା , ରାପା, ଲୁହାଖାଲ, ସିଙ୍ଗିପୁଟ, ଗୌଡ଼ଖିଲମ, ଚକ୍ରପାଡ଼ୁ, ହିର୍ଷାମୟୀ, ଗାଜିଗାଁ, ଗୋପାଳପୁର, ଚମ୍ପିକୋଟା ଗ୍ରାମରେ ଚାରି ଦିନ ବ୍ୟାପୀ ସଚେତନତା କରାଯାଇଥିଲା। । ଅନୁଷ୍ଠାନର କର୍ମୀମାନେ ଲୋକ ମାନଙ୍କୁ କରୋନା ରୋଗ କଣ କିପରି ବ୍ୟାପେ ଆଦି ବୁଝାଇବା ସହ  ସାମାଜିକ ଦୂରତ୍ୱ ରଖିବା, ମୁହଁ ଢାଙ୍କିବା ଓ ହାତଗୋଡର ପରିଚ୍ଛନ୍ନତା ରଖିବା ଉପରେ ବୁଝାଇଥିଲେ । ଉକ୍ତ ଗ୍ରାମ ଗୁଡିକରେ ଶକ୍ତି ଅନୁଷ୍ଠାନ ତରଫରୁ କରୋନା ଉପରେ ସରକାରଙ୍କ ପ୍ରଦତ୍ତ  ସାମାଜିକ ବାର୍ତ୍ତା ବହନ କରୁଥିବା ଫ୍ଲେକ୍ସ ମରାଯାଇଥିଲା । ସରକାରଙ୍କ ପ୍ରଦତ୍ତ ନିୟମ ମାନି ଚଳିବା ସହ କରୋନା ମୁକାବିଲାରେ ସାମିଲ ହେବାକୁ ଲୋକଙ୍କୁ ସଚେତନ କରାଯାଇଥିଲା



No comments:

Post a Comment