November 14, 2015

ଶିଶୁ ଦିବସ ପାଳିତ

ଶକ୍ତି ଶିଶୁ ବିକାଶ କାର୍ଯ୍ୟକ୍ରମ ଅନୁକୁଲ୍ୟରେ ଶିଶୁ ଦିବସ ଉତ୍ସବ ମହା ସମାରୋହରେ, ରାୟଗଡା ସ୍ତିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ବି.ଏସ୍.ଏନ୍ .ବାଗ,ସମ୍ମାନିତ ଅତିଥି ଭାବେ ଶ୍ରୀ ଶେଇକ୍ ମଦିନା ଏବଂ ମୁଖ୍ୟ ବକ୍ତା ଭାବେ ରାୟଗଡା ମହିଳା ମହାବିଦ୍ୟାଳୟର ବରିଷ୍ଟ ଅଧ୍ୟାପକ ଡାଃ.ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ। ଉତ୍ସବ ରେ ରାୟଗଡା ଓ କୋଳନରା ବ୍ଲକ ର ୪୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ପିଲାମାନଙ୍କ ମଧ୍ୟରେ ସଙ୍ଗୀତ,ଚିତ୍ରାଙ୍କନ,ସାଧାରଣ ଜ୍ଞାନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରଷ୍କାର ଓ ମାନ ପତ୍ର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ବି.ଏସ୍.ଏନ୍ .ବାଗ ଶିଶୁ ଓ କିଶୋରୀ ବାଳିକା ମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଶେଇକ୍ ମଦିନା ପିଲାଙ୍କୁ ଜଣେ ସୁନାଗରିକ ହେବା ପାଇଁ ଭଲଭାବେ ପାଠ ପଡିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଡାଃ.ଦୁଷ୍ମନ୍ତ କୁମାର ମହାନ୍ତି ନେହୁରୁଙ୍କ ତ୍ୟାଗପୁତ ଜୀବନୀ ତଥା ପିଲାଙ୍କ ପାଇଁ ତାଙ୍କ ସ୍ନେହ ବିଷୟରେ ବିସ୍ତୃତ ଭାବେ ଉତଥାପାନ କରିଥିଲେ। ଶକ୍ତିର ସମ୍ପାଦକ ଶ୍ରୀ ଅଖିଳ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ଓ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଧେଷ୍ୟ ବିଷୟରେ ସୂଚନା ଦେଇଥିଲେ। ଉତ୍ସବକୁ ଶକ୍ତି ଶିଶୁ ବିକାଶ କାର୍ଯ୍ୟକ୍ରମର ପ୍ରକଳ୍ପ ପରିଚାଳକ ଶ୍ରୀ ଆଲୋକ ରଞ୍ଜନ ଦାସ ସଂଯୋଜନା କରିଥିଲେ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

DSC06174

November 7, 2015

ଶିକ୍ଷା ନିମନ୍ତେ ସୋଲାର ଲଣ୍ଟନ ବଣ୍ଟନ

ଶକ୍ତି ଶିଶୁବିକାଶ କାର୍ଯ୍ୟକ୍ରମ ଅନୁକୁଲ୍ୟରେ ଆର୍ଥିକଦୁର୍ବଳ ଶ୍ରେଣୀର ପାଠ ପଢୁଥିବା ପିଲାମାନଙ୍କ ଶିକ୍ଷାର ଅଭିବୃଦ୍ଧି ସକାଶେ ସୋଲାର ଲଣ୍ଟନ ଓ ବହି ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଊପଲକ୍ଷେ ଆୟୋଜିତ ଊତ୍ସବରେ ଅତିରିକ୍ତ ଜିଲ୍ଲାପଳ ଶ୍ରୀଲକ୍ଷ୍ମୀକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଓ ଜିଲା ଶିକ୍ଷାଧିକାରୀ ଶ୍ରୀ ପ୍ରେମାନନ୍ଦ ରାଉତ ସମ୍ବାନିତ ଅତିଥି ଓ ରାୟଗଡା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଉଦୟନାଥ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପିଲାମାନଙ୍କୁ ସୋଲାର ଲଣ୍ଟନ ଓ ବହି ପତ୍ର ବଣ୍ଟନ କରିଥିଲେ ଏବଂ ଏହାର ସଦ ବିନିଯୋଗ କରି ପଢାପଢି କରିବାକୁ ଊପଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩୮୦ ପିଲାଙ୍କୁ ସୋଲାର ଲଣ୍ଟନ,୨୦୦ ପିଲାଙ୍କୁ ବହି ବଣ୍ଟନ ଏବଂ ୩୫ କଲେଜ ଛାତ୍ରଛାତ୍ରୀଙ୍କୁ ବହି ଓ ଖାତା ବଣ୍ଟନ କରାଯାଇଥିଲା । ରାୟଗଡା ଓ କୋଳନରା ବ୍ଲକର ପିଲାମାନେ ଏହି କାର୍ଯ୍ୟକ୍ରମ ଦ୍ଵାରା ଉପୋକୃତ ହୋଇଥିଲେ । ଚାଇଲ୍ଡଫଣ୍ଡ ଇଣ୍ଡିଆ ସହାୟତାରେ ଶକ୍ତି ଅନୁଷ୍ଟାନ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲୋ। କାର୍ଯ୍ୟକ୍ରମରେ ଶକ୍ତିର ସଂପାଦକ ଶ୍ରୀ ଅଖିଲ ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ, ପ୍ରକଲ୍ପ ପରିଚାଳକ ଶ୍ରୀ ଆଲୋକ ରଞ୍ଜନ ଦାଶ ସଂଯୋଜନା କରିଥିଲେ। ପ୍ରକଲ୍ପର ସଂଯୋଜିକା ଶ୍ରୀମତୀ ସଙ୍ଗିତା ମଞ୍ଜରୀ ବେହେରା, ସଂଯୋଜକ ଶ୍ରୀ କବିରାଜ ପ୍ରଧାନ ଓ ଶକ୍ତିର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। 

DSCN7300DSCN7367DSCN7367DSC05869