ଗୁଣୁପୁର ବ୍ଲକ ଅନ୍ତର୍ଗତ, ସଗଡା ଓ ଆବଡା ପଞ୍ଚାୟତ ର ୨୦ ଗୋଟି ଗ୍ରାମ ରେ ବସବାସ
କରୁଥିବା ୧୪୩୦ ଲାଞ୍ଜିଆ ସୌରା ସମ୍ପ୍ରଦାୟ ପରିବାର ବର୍ଗଙ୍କୁ କୋଭିଡ ପରିପ୍ରେଖୀ ରେ ଶୁଖିଲା
ଖାଦ୍ୟ ରିଲିଫ ବଣ୍ଟନ କରଯାଇଥିଲା । ଏଥିରେ
ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର
ଅଧିକାରୀ ଶ୍ରୀ ଚୈତନ୍ୟ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ
ବଣ୍ଟନ କରିଥିଲେ । ସଗଡା ପଞ୍ଚାୟତର ସରପଞ୍ଚ ଶ୍ରୀ ଜିତେନ୍ଦ୍ର ଶବର ଓ ଆବଡା
ପଞ୍ଚାୟତ ର ଶ୍ରୀମତୀ ସଂଗୀତା ଦଳବେହେରା ସମ୍ମାନୀତ
ଅତିଥି ଭାବେ ଯୋଗଦେଇ ଲୋକଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଥିଲେ । ଶୁଖିଲା ଖାଦ୍ୟ ପୁଡିଆରେ ଚିନି, ଲୁଣ, ଚୂଡା, ଖାଇବା ତେଲ, ଆଳୁ, ପିଆଜ, ସୋୟାବଢି, ଦେହଲଗା ସାବୁନ, କପଡା ସଫା ସାବୁନ, ଇତ୍ୟାଦି ବଣ୍ଟନ କରଯାଇଥିଲା । ଫାଉଣ୍ଡେସନ ଫର୍ ଇକୋଲୋଜିକାଲ ସିକୁରିଟୀ
ଅନୁଷ୍ଠାନର ସହାୟତାରେ, ସ୍ତାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ଶକ୍ତି’ ଦ୍ଵାରା କୋଭିଡ ପରିପ୍ରେଖୀରେ ରୋଜଗାର
ହରେଇଥିବା ଲାଞ୍ଜିଆ ସୌରା ସମ୍ପ୍ରଦାୟ ପରିବାର ବର୍ଗଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ
କରଯାଇଥିଲା ।ବଣ୍ଟନ କାର୍ଯ୍ୟକ୍ରମକୁ
ଶକ୍ତି-ଓପିଲିପିର ଟିମ ଲିଡର ଶ୍ରୀ ନାରାୟଣ ପାଣିଗ୍ରାହୀ ପରିଚାଳନା କରିଥିଲେ ।
No comments:
Post a Comment